ଓଡିଶା କଂଗ୍ରେସର ବଦଳିଲେ ପ୍ରଭାରୀ, ଗଲେ ଚେଲ୍ଲା କୁମାର, ଆସିବେ ଡ ଅଜୟ କୁମାର

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀଙ୍କୁ ଏଆଇସିସି ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପଦବୀରେ ଥିଲେ ଚେଲ୍ଲାକୁମାର। ବର୍ତ୍ତମାନ ନୂଆ ନିଯୁକ୍ତି ଅନୁସାରେ ଓଡିଶା ପ୍ରଭାରୀ ହେଲେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର। ଏ ନେଇ ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ସହିତ ଏଆଇସିସି ବହୁ ରାଜ୍ୟର ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛି।

ଅଜୟ କୁମାରଙ୍କୁ ଓଡିଶା ମୁଖ୍ୟ ଦାୟିତ୍ବ ଦିଆଯାଇଥିବା ବେଳେ ତାମିଲନାଡୁ ଏବଂ ପୁଡୁଚେରୀରର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଚେଲ୍ଲା କୁମାରଙ୍କୁ ଅରୁଣାଚଳ ପ୍ରଦେଶ, ପଣ୍ଡିଚେରୀ ଏବଂ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତ ଦିଆଯାଇଛି।

ନିକଟରେ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଏକ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ସେମାନେ ଦିଲ୍ଲୀରୁ ଫେରିବା ପରେ ଏଆଇସିସି ଏହି ବଡ ପରିବର୍ତ୍ତନ କରିଛି।

 

Share This Article