ବଢିଲା କନଷ୍ଟେବଲ, ହାବିଲଦାରଙ୍କ ଖାଇବା ଭତ୍ତା, ଏଣିକି ଦୈନିକ ଖାଇବା ପାଇଁ ମିଳିବ ଏତିକି ଟଙ୍କା

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପାଇଁ ଖାଇବା ଭତ୍ତା ବୃଦ୍ଧି କରିଛନ୍ତି। ଏଥିରେ କନେଷ୍ଟବଲ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ଏମାନଙ୍କୁ ଦୈନିକ 50 ଟଙ୍କା ଦିଆଯାଉଥିଲା। ହେଲେ ଏତିକି ଟଙ୍କାରେ ଖାଇବା ସମ୍ଭବ ହେଉ ନାହିଁ ବୋଲି ପୂର୍ବରୁ ଦାବୀ ହୋଇ ଆସୁଥିଲା।

ଫଳରେ ରାଜ୍ୟ ଗୃହ ବିଭାଗ ଏ ନେଇ ସେମାନଙ୍କର ଦାବୀ ଶୁଣିବା ସହିତ ଏହି ଖର୍ଚ୍ଚରେ ବୃଦ୍ଧି କରିଛନ୍ତି। ସେହି ଅନୁସାରେ କନେଷ୍ଟବଳ, ହାବିଳିଦାର ଏବଂ ସିପାହୀଙ୍କ ଖାଇବା ଖର୍ଚ୍ଚ ଦୈନିକ 50 ଟଙ୍କାରୁ 75 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ସେମାନେ ଦୈନିକ ଆଠଘଣ୍ଟା ସୁବିଧାରେ କାର୍ଯ୍ୟ କରିପାରିବେ ବୋଲି ପୋଲିସ ବିଭାଗ କହିଛି।

Share This Article