ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ

Odisha Hot News
1 Min Read

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ।

ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।

Share This Article