ଠେଙ୍ଗା ମାଡ଼ରେ ଅଜା ମୃତ, ଅଭିଯୁକ୍ତ ନାତୀ ଗିରଫ

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଂଚଳରେ ଆଜି ନାତୀର ଠେଙ୍ଗା ମାଡରେ ଅଜାର ମୃତ୍ୟୁ ହେବା ଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ କିସିଣ୍ଡା ଗ୍ରାମର ଚୈତନ୍ୟ ନାଏକ (୭୦)। ଅଭିଯୁକ୍ତ ନାତୀକୁ ପୋଲିସ୍ ଗିରଫ କରିଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସୂଚନା ଅନୁସାରେ ଚୈତନ୍ୟ ଓ ନାତି ସଞ୍ଜୟ ନାଏକ (୨୫) ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହେଉଥିଲା। ଏହି ସମୟରେ ସଞ୍ଜୟ ଉତ୍ୟକ୍ତ ହୋଇ ଗୋଟିଏ ଠେଙ୍ଗାରେ ଚୈତନ୍ୟଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଅଜା ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଚୈତନ୍ୟଙ୍କୁ ଆମ୍ବୁଲାନ୍ସ ରେ ବୁର୍ଲା ମେଡିକାଲ ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି କେସ ନଂ ୮୩/୨୩/୩୦୨ରେ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ ସଞ୍ଜୟକୁ ଥାନାରେ ଅଟକ ରଖିଛି ପୋଲିସ୍। କିସିଣ୍ଡା ପୋଲିସ୍ ବୁର୍ଲା ଡାକ୍ତରଖାନା ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Share This Article