ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ, ବଢିଲା ଚର୍ଚ୍ଚା

Odisha Hot News
1 Min Read

ଭୁବନେଶ୍ବର: ଆଜି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଚିଲିକାରେ କିଏ ବିଜେଡି ଟିକେଟ ପାଇବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହିପରି ସ୍ଥିତିରେ ରଘୁନାଥଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିବା ନେଇ ସାଧାରଣରେ ଆଲୋଚନା ଚାଲିଛି।

ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବର୍ତ୍ତମାନ ସୁଦ୍ଧା ବିଜେଡି ଦଳକୁ ଫେରାଇ ନେଇ ନାହିଁ। ଅନ୍ୟପକ୍ଷରେ ପ୍ରଶାନ୍ତ ବିଜେପିରେ ଯୋଗ ଦେବେ ବୋଲି ବିଜେଡି ତରଫରୁ କୁହାଯାଉଛି। ଫଳରେ ସେ ପୁଣି ଆଉ ବିଜେଡିକୁ ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରି କ୍ଷେତ୍ରରେ ଚିଲିକାରୁ ରଘୁନାଥ ନା ପ୍ରଶାନ୍ତ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ରଘୁନାଥଙ୍କ ପାଣ୍ଡିଆନଙ୍କ ସହ ସାକ୍ଷାତ କରିବା ତାଙ୍କୁ ଟିକେଟ ମିଳିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

Share This Article