ଔଷଧ ଦୋକାନରୁ ବଡ ଧରଣର ଚୋରୀ: ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ଲୁଟ୍

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରରେ ଔଷଧ ଦୋକାନରୁ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ବିଜିପୁର ମୁଖ୍ୟ ରାସ୍ତାରେ ଥିବା ନିଉ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋରରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଔଷଧ ଦୋକାନରୁ ନଗଦ ଏକ ଲକ୍ଷ ଟଙ୍କା, ଦୁଇଟି ଲାପଟପ ଓ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ତେବେ ଲୁଟେରାମାନେ ଦୋକାନର ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। 

ପ୍ରକାଶ ଥାଉକି ଦୋକାନ ବାହାର ପଟେ ତାଲା ପଡିଛି। କିନ୍ତୁ ପଛପଟୁ କାନ୍ଥ ଭାଙ୍ଗି ଲୁଟେରାମାନେ ଦୋକାନରୁ ଚୋରି କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହିତ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article