ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସଆଇ ଏବଂ ଏଏସଆଇ ସ୍ତରରେ ଅଦଳବଦଳ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏସଆଇ ଏବଂ ଏଏସଆଇ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ଜଙ୍କିଆ ଥାନା, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପରିଡ଼ାଙ୍କ ବାଙ୍କୋଇ ଫାଣ୍ଡି ଅଧିକାରୀ, ବାଙ୍କୋଇ ଫାଣ୍ଡି ଏସଆଇ ସଂଗ୍ରାମ କେଶରୀ ପାଇକରାୟଙ୍କ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ,ସଦର ଥାନା ଏସଆଇ ଜୟନ୍ତ କୁମାର ଭଟ୍ଟଙ୍କ ନିରାକାରପୁର ଥାନାକୁ ବଦଳି ହୋଇଛି।

ସେହିପରି ନିରାକାରପୁର ଥାନା ଏସଆଈ ବସନ୍ତ ପଟ୍ଟନାୟକଙ୍କ ଖୋର୍ଦ୍ଧା ସଦର ଥାନା,ଟାଙ୍ଗୀ ଥାନା ଏସଆଈ ସୁଜାତା ପଲାଇଙ୍କ ନିରାକାରପୁର ଥାନା, ନିରାକାରପୁର ଥାନା ଏସଆଈ ଦିପାଲିଶା ନାୟକଙ୍କ ଟାଙ୍ଗୀ ଥାନା, ବାଣପୁର ଥାନା ଏସଆଈ ରବୀନ୍ଦ୍ରନାଥ ଗୌଡ଼ଙ୍କ ନାଭାଲ ଫାଣ୍ଡି ଅଧିକାରୀ, ଟାଉନ ଥାନା ଏସଆଈ ସସ୍ମିତା ବେହେରାଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା, ବେଗୁନିଆ ଥାନା ଏଏସଆଈ ଅନିରୁଦ୍ଧ ସାମନ୍ତରାୟଙ୍କ କୁହୁଡି ଫାଣ୍ଡି, ବୋଲଗଡ଼ ଥାନା ଏଏସଆଈ ଅକ୍ଷୟ କୁମାର ସେଠିଙ୍କ ନାଚୁଣୀ ଥାନା ଏବଂ ଆର.ଓ ଏଏସଆଈ ଚତୁର୍ଭୁଜ ସେଠିଙ୍କ ଟାଉନ ଥାନାକୁ ବଦଳି ହୋଇଛି।

ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ସିଦ୍ଧାର୍ଥ କଟାରିଆ ନିର୍ଦ୍ଦେଶ ଦେଇଛନ୍ତି।

Share This Article