ନୂଆଦିଲ୍ଲୀ: କୋଭିଡ-୧୯ ଭଳି ମହାମାରୀ ସହ ଲଢ଼ିବା ପାଇଁ ଲକଡାଉନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ | ଯଦି ଆମେ କୋଭିଡ-୧୯ ଭଳି ମହାମାରୀକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥାନ୍ତେ, ତେବେ ଏହି ସମୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପି ଯାଇଥାନ୍ତା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ଏହା ସହ ଦେଶରେ ବର୍ତ୍ତମାନ ୫୮୬ଟି କୋଭିଡ -୧୯ ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧ ଲକ୍ଷରୁ ଅଧିକ ଆଇସୋଲସନ ବେଡର ବ୍ୟବସ୍ଥା କରାଯାଇଥିବା ନେଇ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ |
India’s response to COVID19 has been proactive. We have followed a graded approach. There are 586 COVID19 dedicated hospitals and more than 1 lakh isolation beds in the country: Lav Agrawal, Joint Secy, Health Ministry pic.twitter.com/oFqgNJVKFu
— ANI (@ANI) April 11, 2020
ତାଙ୍କ କହିବା ମୁତାବକ, କରୋନା ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ | ଲୋକଙ୍କ ସହାୟତା ମିଳିଲେ ଆମେ ସଂକ୍ରମଣକୁ ଆହୁରି କମାଇ ପାରିବୁ | ସରକାର ଲକଡାଉନ୍ ଭଳି ପଦକ୍ଷେପ ଠିକ ସମୟରେ ନେବାରୁ ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି | ନଚେତ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ରହିଥାନ୍ତା | ତେବେ ପରିସ୍ଥିତିକୁ ଦେଖି ୫୮୬ଟି କୋଭିଡ -୧୯ ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧ ଲକ୍ଷରୁ ଅଧିକ ଆଇସୋଲସନ ବେଡର ବ୍ୟବସ୍ଥା ହୋଇଛି, ଯାହା କୋଭିଡ-୧୯ର ମୁକାବିଲାରେ ସାହାଯ୍ୟ କରିବ