ଓଡ଼ିଶାରେ ଏକ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ କଂଗ୍ରେସ କଲା ଦାବି

Odisha Hot News
1 Min Read

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିିଳନୀ ଜରିଆରେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓଡ଼ିଶାରେ ଏକ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି।

ସେ କହିଥିଲେ ଯେ ରାଜ୍ୟରେ ମାଗଣା ଚାଉଳ ବଂଟନ ବ୍ୟବସ୍ଥା ହେତୁ କ୍ଷୁଧା ନିବାରଣ କିଛି ମାତ୍ରାରେ ହୋଇଛି ସତ କିନ୍ତୁ ଏହା ଦାରିଦ୍ର‌୍ୟ ଦୂରୀକରଣ କରିପାରିବ ନାହିଁ। ଓଡ଼ିଶାରେ ନବୀନ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ଓ ପ୍ରସାର ସଂପୂର୍ଣ୍ଣ ରୂପେ ଭ୍ରମାତ୍ମକ ଏବଂ ଓଡ଼ିଶାରେ ଦାରିଦ୍ର‌୍ୟର ବାସ୍ତବ ଚିତ୍ରକୁ ଘୋଡ଼ାଇ ଦେବାପାଇଁ ଏକ ପ୍ରୟାସ ମାତ୍ର।

ପୂର୍ବରୁ ୨୦୦୨ ମସିହାରେ ଯେଉଁ ଆଂଚଳିକ ବୈଷମ୍ୟ କମିଟି ଗଠନ କରାଯାଇଥିଲା ଏବଂ ସେ କମିଟିର ରିପୋର୍ଟ ୨୦୦୮ ମସିହାରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା ତାକୁ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇନାହିଁ ତାକୁ ନେଇ ସେ ପ୍ରଶ୍ନ କରିଥିଲେ।

ସେ ଦାବି କରିଥିଲେ ଯେ ୨୦୦୨-୨୦୦୮ ମସିହା ମଧ୍ୟରେ ତତ୍‌କାଳୀନ ଆଂଚଳିକ ବୈଷମ୍ୟ କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାକୁ ସାର୍ବଜନୀନ କରିବା ସହିତ ବର୍ତମାନ ଆଉ ଗୋଟିଏ କମିଟି ଗଠନ କରି ଓଡ଼ିଶା ଭିତରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଥିବା ବୈଷ୍ୟମତାକୁ ରିପୋର୍ଟ ଆଧାରରେ ଓଡ଼ିଶାବାସୀଙ୍କ ସାମନାରେ ରଖନ୍ତୁ।

ଯାହା ଫଳରେ ଓଡ଼ିଶାରେ ଗରିବି ଏବଂ ଦାରିଦ୍ର‌୍ୟର ତାଡ଼ନାରେ ଅହରହ ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କର ପ୍ରକୃତ ଚିତ୍ର ସାମନାକୁ ଆସିବ ଏବଂ ରାଜ୍ୟ ସରକାରଙ୍କର ମିଛି ଦାବି ସଂପର୍କରେ ମଧ୍ୟ ଜଣାପଡ଼ିବ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Share This Article