Breaking News: କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଆଜି ଭଟ୍ଟା ପଡିଛି। ବିଜେଡିରେ ସାମିଲ ହୋଇଛନ୍ତି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ନବୀନ ନିବାସରେ ଆଜି ଦିନ 10ଟା 15 ରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ସେଠାରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଏ ନେଇ ଗଣ ମାଧ୍ୟମକୁ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ପାଣ୍ଡିଆନ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଦଳରେ ସାମିଲ ହୋଇଛନ୍ତି। ତାଙ୍କର ଯେଉଁ ପ୍ରଶାସନିକ ଅଭିଜ୍ଞତା ରହିଛି ତାହା ଦଳ ପାଇଁ ବେଶ ସହାୟକ ହେବ। ତାଙ୍କର ଦଳରେ ମିଶ୍ରଣକୁ ଦେବୀ ମିଶ୍ର, ସଂଜୟ ଦାସ ବର୍ମା, ଅରୁଣ ସାହୁ ପ୍ରମୁଖ ନିଶ୍ଚିତ କରିଛନ୍ତି। ଫଳରେ ଆଜିଠାରୁ ବିଜୁ ଜନତା ଦଳର ଏକ ନୂଆ ଇନିଂସ ଆରମ୍ଭ ହେବ।

ଆଜି ସକାଳେ ଭି କେ ପାଣ୍ଡିଆନ ପୁରୀ ଯାଇ ସେଠାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ନବୀନ ନିବାସ ଆସି ସେ ବିଜେଡିର ବହୁ ବରିଷ୍ଠ ନେତାଙ୍କ ଗହଣରେ ଆସି ଦଳରେ ସାମିଲ ହୋଇଥିଲେ। ଏହାପରେ ପାଣ୍ଡିଆନ ଶଙ୍ଖ ଭବନରକୁ ଯାଇ ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ।

Share This Article