ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୁରିକରଣ ଦିବସ ପାଳନ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସକ୍ଷୀ କେନ୍ଦ୍ର ବ୍ରହ୍ମପୁର ପକ୍ଷରୁ ବ୍ରହ୍ମପୁର ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୁରିକରଣ ଦିବସ ପାଳନ ହୋଇଛି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଦାଲତର ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ସମାଜରେ ଲିଙ୍ଗଗତ ସମାନତା ରକ୍ଷା କରିବା ଓ ସମାଜରେ ହିଂସା ଦୁରିକରଣ ପାଇଁ ସଦା ଜାଗ୍ରତ ଓ ସଚେତନତା ସୃଷ୍ଟି କରିଲେ ସଚେତନତା ହିଁ ମହିଳା ହିଂସା ଦୁର ହୋଇପାରିବ। ମହିଳା ଡିଏସପି କଳ୍ପନା କାଉଁରୀ ସାଇବର ଅପରାଧ ବିଷୟରେ ସଚେତନତା କରିଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରଭିନ୍ ନିଜ ବକ୍ତବ୍ୟରେ ନାରୀ ହିଁ ନାରୀ ର ଶତ୍ରୁ ହେଉଥିବାରୁ ମହିଳା ହିଂସା ବ୍ରୁଦ୍ଧି ପାଉଥିବା ଦର୍ଶାଇ ଥିଲେ।

ଏତଦବ୍ୟତୀତ ବିଭିନ୍ନ ସାମାଜିକ ପ୍ରଥାକୁ ନେଇ ମହିଳା ହିଂସା ବ୍ରୁଦ୍ଧି ପାଉଛି ବୋଲି ଆଇନ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ନାରାୟଣ ଚରଣ ପଟ୍ଟନାୟକ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡେପୁଟି କଲେକ୍ଟର ସରୋଜ କୁମାର ଶତପଥୀ ଧୈର୍ଯ୍ୟହର ଓ ସଂଯୋମତା ହରାଇ କିଛି ବ୍ୟକ୍ତି ବିଶେଷ ହିଂସା କରୁଥିବା ଉଲ୍ଲେଖ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇ ଏସ୍ ଆର୍ ଡି ର ନିର୍ଦେଶକ ସୁଧୀର କୁମାର ସାବତଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ୱ।ନ୍ ଷ୍ଟପ୍ ସେଣ୍ଟର (ସକ୍ଷୀ କେନ୍ଦ୍ର) ପ୍ରଶାସିକା ମହେଶ୍ଵତା ପାଢ଼ୀ ପରିଚାଳନା କରିଥିଲେ ଓ ସକ୍ଷୀ କେନ୍ଦ୍ର ର ଆଇନ୍ ସହାୟିକା ସ୍ନେହମୟୀ ପାଢ଼ୀ,ଆସ୍କିଲା ରାଇକା,ତମାଳୀ ନାୟକ ଓ ଜ୍ୟୋତି ରାଓ ଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଗଣ ଯୋଗ ଦେଇଥିଲେ।

Share This Article