ଜାତୀୟ ରାଜପଥ ଗୋଳନ୍ଥରା ଥାନା ନିକଟରେ ଦୁର୍ଘଟଣା, ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନଂ ଟିଏନ୍୩୪ ଏବି ୩୮୧୧ ଆନ୍ଧ୍ର ପଟେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ସ୍କୁଟି ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟିରେ ବସିଥିବା ୧୫ ବର୍ଷିୟା ବାଳିକା ତଳେ ଛିଟିକି ପଡ଼ିଯାଇଥିଲା ଏବଂ ଉକ୍ତ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ଘଟିଥିଲା। ମୃତକ ନାବାଳିକାର ନାମ ଲିପା ପ୍ରଧାନ ବୋଲି ଜଣାପଡିଛି।

ତେବେ ଗାଡ଼ି ଚଳାଉଥିବା ଭିଣୋଇ ଟୁନା ପ୍ରଧାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଟୁନାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ମୃତ ଲିପା ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ପୋଲିସ ଜବତ କରିବା ସହ ଚାଳକକୁ ଗିରଫ କରିଛି।

Share This Article