ଆସନ୍ତା ୨୪ ରୁ ୨୮ ପର୍ଯ୍ୟନ୍ତ ଓଡ଼ି ଆର୍ଟରେ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୯ମ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ, ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ, ସୁଦୂର ଦକ୍ଷିଣ କୋରିଆର ପାର୍କୟନ ଓକ, ବିୟୋଙ୍ଗମୋ ଚୁଙ୍ଗ, ଜୁନି ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଅନେକ ଉଚ୍ଚ କୋଟିର କଳା ସଂସ୍କୃତି ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।

ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ କରିବାନେଇ ଆଲୋଚନା କରିଥିଲେ। ଯାହାକି ଏହି ମହୋତ୍ସବକୁ ଓଡ଼ି ଆର୍ଟ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଜେନା ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି। ଏଥିସହିତ ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସଂଗ୍ରହାଳୟକୁ ସାର୍ବଜନୀନ କରାଯାଇଥିବା ସହ ବହୁ ପୁରାତନ ମୁଖା ହସ୍ତକଳା ପୁଣିଥରେ ଲୋକଙ୍କ ଆଦୃତି ଲାଭ କରୁ ଏବଂ କଳା ସଂସ୍କୃତି ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିବାନେଇ ଓଡ଼ିଆର୍ଟ ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ କହିଛନ୍ତି।

ଉକ୍ତ ବୈଠକରେ ସଂସ୍ଥାପକ ପ୍ରସନ୍ନ କୁମାର ଦାସ,ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ସଭ୍ୟ ରବିନ ରାଏ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share This Article