ଭାରତ ପରିମଳ ପୁରସ୍କାର ସମାରୋହରେ ଓଡ଼ିଶାକୁ ମିଳିଲା ଦୁଇଟି ଜାତୀୟ ସ୍ତରର ପୁରସ୍କାର

Odisha Hot News
1 Min Read

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି।

ନୂଆଦିଲ୍ଲୀରେ ପୁରସ୍କାର ବିଜେତାଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ। ୨୦୧୯ ମସିହାରୁ ଆଇଏସସି-ଫିକି ପୁରସ୍କାରରେ ପରିମଳର ବିଭିନ୍ନ ଦିଗ ଉପରେ ଓଡ଼ିଶା କ୍ରମାଗତ ଭାବେ ଏକାଧିକ ପୁରସ୍କାର ଜିତି ଆସୁଛି।

ଆଇଏସସି-ଫିକି ପରିମଳ ପୁରସ୍କାର ହେଉଛି ପରିମଳ କ୍ଷେତ୍ରର ପ୍ରମୁଖ ପୁରସ୍କାର ଏବଂ ଛଅ ବର୍ଷରୁ ଅଧିକ ସମୟ ଧରି ଜାତୀୟ ସ୍ତରରେ ସେମାନଙ୍କର ନେତୃତ୍ୱ ପ୍ରତିଷ୍ଠା କରିଛି। ବର୍ଷ ବର୍ଷ ଧରି ଏହି ପୁରସ୍କାର କର୍ପୋରେଟ୍, ଆର୍ଥିକ ଅନୁଷ୍ଠାନ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ ସଂସ୍ଥା ଏବଂ ଆମ ଦେଶର ପରିମଳ କ୍ଷେତ୍ରରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୟାସକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Share This Article