ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ, ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Odisha Hot News
1 Min Read

ଭୁବନେଶ୍ବର: ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଏଜି ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ।

ସେହିପରି ଆଜି ପୂର୍ବାହ୍ନରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ‘୧୮୦୪ ପାଇକ ବିଦ୍ରୋହ: ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କର ତ୍ୟାଗ ଓ ଦେଶପ୍ରେମ ଉପରେ ଆଲୋକପାତ କରିଥିଲେ ।

ଆଜି ସକାଳେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ସୌରଭ ନାୟକ, ପ୍ରମୋଦିନୀ ଟେଟେ, ଓଡ଼ିଆ ଭାଷା, ସାହତ୍ୟ ଓ ସଂସ୍କୃତି ବିଭାଗର କର୍ତ୍ତବ୍ୟରତ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା, ସମାଜସେବୀ ବଦି୍ର ମିଶ୍ର, ପ୍ରବୀର ମହାନ୍ତି, ରମେଶ ଚନ୍ଦ୍ର ପାତାଳସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Share This Article