ରାଜ୍ୟର ସ୍ଥିତି ସମ୍ପର୍କରେ ସୋନିଆଙ୍କ ସହ କଥାହେଲେ ନିରଞ୍ଜନ

Odisha Hot News
1 Min Read

ଭୁବନେଶ୍ୱର : ଦେଶରେ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଏପ୍ରିଲ ୩୦ଯାଏ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କରୋନା ସ୍ଥିତି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। କଂଗ୍ରେସ ପକ୍ଷରୁ କିପରି ଗରିବ, ନିରାଶ୍ରୟଙ୍କୁ ସହଯୋଗ କରାଯାଉଛି ସେନେଇ କଥା ହୋଇଥିଲେ। ଏହାସହ ଲୋକମାନଙ୍କୁ ଖାଦ୍ୟ ଏବଂ ମାସ୍କ ବଣ୍ଟନରେ କରି ସାହାଯ୍ୟ କରୁଛି ସେ ବିଷୟରେ ମଧ୍ୟ ଜଣାଇଥିଲେ। କଂଗ୍ରେସ ରାଜ୍ୟରେ କୃଷି ସଙ୍କଟର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଓ ସରକାରଙ୍କୁ ଅନୁରୋଧ କରିଛି। ମାରାତ୍ମକ କରୋନା ଭାଇରସର ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରୀକ୍ଷଣ କରାଯାଉ ନ ଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପିସିସି ସଭାପତି ପଟ୍ଟନାୟକ ଅବଗତ କରିଛନ୍ତି।

Share This Article
Leave a Comment