ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରେ ପନିପରିବା ଦର ହୁ ହୁ ହୋଇ ବଢୁଛି। ୪୦ଟଙ୍କା ତଳକୁୁ କାୈଣସି ପନିପରିବା ମିଳୁ ନାହିଁ। ଆଳୁ ପିଆଜଠାରୁ ଆରମ୍ଭ କରି ଅଦା, ରସୁଣ, ପନିପରିବା ସବୁ କିଛି ମହଙ୍ଗା ହୋଇଛି। ଅଦା କିଲୋ ୧୫୦ ଟଙ୍କା ହୋଇଥିବାବେଳେ ରସୁଣ କିଲୋ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କଞ୍ଚା ପରିବା ଦର ୪୦ଟଙ୍କାରୁ ଆରମ୍ଭ ହୋଇ ୧୦୦ଟଙ୍କାକୁ ଛୁଇଁଲାଣି। ଖୁଚୁରା ବେପାରୀଙ୍କ ଗୋଟିଏ କଥା ରାଜ୍ୟ ବାହାରୁ କିଛି ଆମଦାନୀ ହେଉନି। ଆମେ ଅଧିକ ଦରରେ କିଣୁଥିବାରୁ ଅଧିକ ଦାମରେ ବିକ୍ରି କରୁଛୁ। ଚଢ଼ା ଦର ହେଲେ ମଧ୍ୟ ଲୋକମାନେ ବାଧ୍ୟ ହୋଇ କିଣୁଛନ୍ତି। କାମଧନ୍ଦା ବନ୍ଦ ସାଙ୍ଗକୁ ଖର୍ଚ୍ଚ ବଢି ଯାଇଛି। ଉଚ୍ଚ ଆୟବର୍ଗଙ୍କ ପାଇଁ ଅସୁବିଧା ହେଉ ନ ଥିବାବେଳେ ଦିନ ମଜୁରିଆ, ଶ୍ରମିକ, ନିମ୍ନ ଆୟବର୍ଗଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି। ଲକ୍ଡାଉନ୍ ଅବଧିକୁ ରାଜ୍ୟ ସରକାର ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଲକ୍ଡାଉନ ଯୋଗୁ ସବୁ ଗର୍ବର ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ଭୁବନେଶ୍ୱର ଆଦିମାତା ବସ୍ତିରେ ରହୁଥିବା ରାଜମିସ୍ତ୍ରି ସନିଆ ସାହୁ କହିଛନ୍ତି ଯେ, ୧୫ଦିନ ହେଲାଣି କାମ ଧନ୍ଦା ବନ୍ଦ। ଘରେ ଟଙ୍କା ପଇସା କିଛି ନାହିଁ। ଚାଉଳ ଗଣ୍ଡାକ ମିଳିଥିଲେ ମଧ୍ୟ ହାଟ ସଉଦା ପାଇଁ ପାଖରେ ପଇସା ନାହିଁ। କେବେ କ’ଣ ହେବ ଆମ ସଂସାର ପୁଣି ଚାଲିବ ତାହା ଭଗବାନଙ୍କୁ ଜଣା। ମଞ୍ଚେଶ୍ୱର ରେଳବାଇ କଲୋନୀ ନିକଟରେ ପରିବା ବିକ୍ରି କରିବାକୁ ବାରଙ୍ଗରୁ ଆସୁଥିବା ସନାତନ ବେହେରା କହିଛନ୍ତି ଯେ, ମୋ ବୟସ ୬୫ ହେଲାଣି। ଘରେ ୫ ପ୍ରାଣୀ। ଆଖପାଖରୁ ପନିପରିବା ଆଣି ବିକ୍ରିି କରି ଦି’ ପଇସା ପାଏ। ହେଲେ କରୋନା ଭୂତାଣୁର ଭୟ ଆସିବା ଦିନଠାରୁ ମୋ ବେପାର ମାନ୍ଦା। ସ୍ତ୍ରୀ ସହରକୁ ଯିବାକୁ ଆକଟ କରୁଛି। ୫ଦିନ ଘରେ ବସିବା ପରେ ଆଜି କିଛି ପରିବା ଆଣି ବଢ଼ି ଭୋରରୁ ଆସିଥିଲି। ହାତମୁହଁକୁ ଗାମୁଛାରେ ଘୋଡ଼େଇ ହୋଇ ବସିଛି। ଘରେ କେତେଦିନ ବସି ରହିବି। ସଂସାର କେମିତି ଚଳିବ। ଆମ ଜନ୍ମରୁ ଏମିତି ଅବସ୍ଥା କେବେ ଦେଖି ନ ଥିଲେ ବୋଲି ସନାତନ କହିଛନ୍ତି। ରାଜଧାନୀରେ ଅନେକ ପରିବା ବ୍ୟବସାୟୀ କୋଭିଡ-୧୯ ଭୟରେ ଘରୁ ଆସିବାକୁ ଭୟ କରୁଥିବାବେଳେ ଆଉକେତେକ ପୋଲିସ ମାଡ଼ ଭୟରେ ଆସୁ ନାହାନ୍ତି। ଭୁବନେଶ୍ୱର-କଟକ ପୋଲିସ କମିଶନର ବେପାରିଙ୍କୁ ଆଶ୍ୱାସନା ଦେଲେ ମଧ୍ୟ ବାରଙ୍ଗ, ଖୁଣ୍ଟୁଣି, ବାଙ୍କୀ, ଖୋର୍ଦ୍ଧାରୁ ପରିବା ପୋରି ଆସୁ ନାହାନ୍ତି। ଯେଉଁମାନେ ପରିବା ଆଣି ସହରକୁ ଆସୁଛନ୍ତି ତାଙ୍କୁ ଗାଁରେ ବାସନ୍ଦ କରାଯାଉଛି। ଆଉ ଏହାର ଫାଇଦା ନେଉଛନ୍ତି କେତେଜଣ ଅସାଧୁ ବ୍ୟବସାୟୀ। କଳାବଜାର ରୋକିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଢାଯାଇଥିଲେ ମଧ୍ୟ ସବୁ ବ୍ୟବସାୟୀଙ୍କୁ ଆକଟ କରିବା ସମ୍ଭବ ହେଉ ନାହିଁ। କରୋନା ଯୋଗୁ ଲୋକମାନଙ୍କ ଜୀବନଜୀବିକା ଉପରେ ଶକ୍ତ ଆଘାତ ହୋଇଛି। ସାମାଜିକ, ଅର୍ଥନୈତିକ ସବୁକିଛି ଉଜୁଡ଼ି ଯାଇଛି। ଭବିଷ୍ୟତରେ ପରିସ୍ଥିତି ସୁଧୁରିବ କି ଆହୁରି ବିଗିଡ଼ିବ ତାହା ଲକ୍ଡାଉନ ହଟିବା ପରେ ଜଣାପଡ଼ିବ ବୋଲି ଲୋକମାନେ ମତପ୍ରକାଶ କରୁଛନ୍ତି।
ପରିବା ବେପାରୀଙ୍କୁ କରୋନା ଭୟ
Leave a Comment
Leave a Comment
- Advertisement -
Stay Connected
Comment
- melbet_yskt on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- vivod iz zapoya v stacionare_rlkn on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ
- mostbet_kter on ପ୍ରଶାସନିକସ୍ତରରେ ଅଦଳବଦଳ
- 1win_mrPn on ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
- 1win_susi on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
