ରାଜ୍ୟ ଶ୍ରମ ସଂସ୍ଥାନରେ ‘ମୋ ସରକାର’ ଏବଂ ୫-‘ଟି ବିଷୟ ଉପରେ କର୍ମଶାଳା

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ୭ ତାରିଖରେ ଉଦ୍‌ଘାଟିତ ହୋଇଥିବା ପ୍ରାଥମିକ ଆଶୁ ଚିକିତ୍ସା, ‘ମୋ ସରକାର’ ଏବଂ ୫-‘ଟି’ ଶୀର୍ଷକ ବିଷୟ ଉପରେ ଦୁଇଦିନିଆ କର୍ମଶାଳାର ବୁଧବାରରେ ଉଦ୍‌ଯାପିତ ହୋଇଯାଇଛି।

ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନିତିରଞ୍ଜନ ସେନ୍‌ କହିଲେ ଯେ ଏହି ପ୍ରକାରର ତାଲିମ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଅଧିନସ୍ଥ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦିଆଯିବ।

ଅନ୍ତିମ ଦିବସରେ ତାଲିମଦାତାମାନେ ବନ୍ୟା, ବାତ୍ୟା, ଘରପୋଡ଼ି, ସାପ ଦଂଶନ, ବିଜୁଳିଘାତ, କ୍ଷତ ଇତ୍ୟାଦି ସହ ବିଭିନ୍ନ ସାଧାରଣ ଆଶୁ ଚିକିତ୍ସାର ସଫଳ ପ୍ରୟୋଗରେ କିପରି ମୂଲ୍ୟବାନ ଜୀବନ ବଞ୍ଚାଇ ଦିଆଯାଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।

ସେହିପରି ତାଲିମଦାତାମାନେ ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ ୫-‘ଟି’ ଉପକ୍ରମର କାର୍ଯ୍ୟକାରିତା ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ଏହି ଦୁଇଦିନିଆ କର୍ମଶାଳାରେ ଡ. ଜେ.କେ. ପତି, ଡ. ଜେ. ଜେନା, ଶ୍ରୀ ମନୋଜ କୁମାର ସ୍ୱାଇଁ ଏବଂ ଡ. ଅଜୟ କୁମାର ନାୟକ ତାଲିମଦାତା ଭାବେ ଯୋଗଦାନ କରିଥିଲେ।

ଶେଷରେ ସଫଳତାର ସହିତ ତାଲିମ ସଂପୂର୍ଣ୍ଣ କରିଥିବା ୫୫ ଜଣ ଅଂଶଗ୍ରହଣକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶା ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Share This Article