ଭୁବନେଶ୍ବରରୁ କୋରାପୁଟ ଜୟପୁରକୁ ଉଡିଲା ଆଉ ଏକ ବିମାନ, ଭଡା ମାତ୍ର ୨୯୯୯ ଟଙ୍କା

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରରୁ କୋରାପୁଟ ଜୟପୁରକୁ ଆଉ ଏକ ବିମାନ ଉଡାଣ ଆରମ୍ଭ ହୋଇଛି। ୱାନ ଇଣ୍ଡିଆ ଏୟାର କଂପାନୀ ତରଫରୁ ଏହି ସେବା ଆରମ୍ଭ କରାଯାଇଛି। ଏହି ବମାନ ଆଜି ସକାଳ ୭ ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଛି।

ସେହିପରି ଜୟପୁରରୁ ଆଜି ସକାଳ ୯ଟାରେ ଛାଡି ୧୦ଟା ୩୫ରେ ଭୁବେନଶ୍ବରରେ ପହଞ୍ଚିବ। ଏହି ବିମାନଟି ସପ୍ତାହରେ ଦୁଇଦିନ ସୋମବାର ଏବଂ ଶୁକ୍ରବାରରେ ଉଡାଣ କରିବ ବୋଲି ଜଣାପଡିଛି। ତେବେ ଏହି ବିମାନ ପାଇଁ କଂପାନୀ ଯାତ୍ରୀମାନଙ୍କୁ ଏକ ଅଫର ପ୍ରଦାନ କରିଛି। ଭୁବନେଶ୍ବରରୁ ଜୟପୁରକୁ ମାତ୍ର ୨୯୯୯ ଟଙ୍କାରେ ଯିବା ପାଇଁ ଏହି ଅଫର କଂପାନୀ ଦେଉଛି। ତେବେ ଏହା କେବଳ ଏହି ନଭେମ୍ବର ମାସ ପାଇଁ ରହିଛି।

Share This Article