୨୭୦ ବିଡା କେନ୍ଦୁପତ୍ର ଜବତ କଲା ବନ ବିଭାଗ

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଭୋରରୁ ଚାରମାଳ ରେଞ୍ଜ ଭାଡିଦର ଗ୍ରାମରୁ ଏକ ବୋଲେରୋ ମାକ୍ସି ଟ୍ରକ୍ ରୁ ୨୭୦ ବିଡା କେନ୍ଦୁପତ୍ର ବିଡା ଜବତ କରିଛି ବନବିଭାଗ। ଏଥିରେ ସଂପ୍ରୁକ୍ତି ଥିବା ବ୍ୟକ୍ତିମାନେ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ରେଞ ବଂଶାଜାଲ ସେକ୍ସନ୍ ଭାଡିଦର ଗ୍ରାମରେ ଏକ ବୋଲେରୋ ମାକ୍ସି ଟ୍ରକ୍ ( ଓଡି ନଂ ୦୨ ଏୟୁ ୩୮୦୨ ) ରେ କେନ୍ଦୁପତ୍ର ଚାଲାଣହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।  ରେଢାଖୋଲ ବନାଞ୍ଚଳ ଅଧିକାରୀ ଅରବିନ୍ଦ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଚାରମାଳ ରେଞ୍ଜର ବନ କର୍ମଚାରୀମାନେ ଆଜି ଭୋର ୫ ଟା ରେ ଭାଡିଦର ଗ୍ରାମକୁ ଯାଇ କେନ୍ଦୁପତ୍ର ବୋଝେଇ ଟ୍ରକ୍ କୁ ଜବତ କରିବା ସହ ୨୭୦ ବିଡା କେନ୍ଦୁପତ୍ର ଜବତ କରିଥିଲା। ବନବିଭାଗ କର୍ମଚାରୀ ମାନଙ୍କୁ ଚୋରା ବେପାରୀମାନେ ଦେଖି ଫେରାର୍ ହୋଇଯାଇଥିଲେ। ଗାଡିଟିକୁ ଜବତ୍ କରି ଚାରମାଳ ରେଞ ଅଫିସ୍ କୁ ନେଇ ଯାଇଥିଲା ବନ ବିଭାଗ।

ଏହି ଚଢାଉରେ ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନୀଆ ଭୋଇ, ଚାରମାଳ ଫରେଷ୍ଟର ବିଜୟ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ରାଜେନ୍ଦ୍ର କୁମାର ପ୍ରଧାନ, ଅଜିତ୍ କୁମାର ସାହୁ ଏବଂ ଫରେଷ୍ଟ ସ୍କ୍ବାର୍ଡ ପାର୍ଟି ପ୍ରମୁଖ ସାମିଲ୍ ହୋଇଥିଲେ।

Share This Article