ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ପାରା ଏସୀୟ ଗେମ୍ସ ବିଜେତାଙ୍କୁ ସମ୍ବର୍ଦ୍ଧିତ

Odisha Hot News
1 Min Read

ଭୁବନେଶ୍ୱର: ପାରା ଏସିଆନ୍‌ ଗେମ୍ସରେ ଅସାଧାରଣ କୃତିତ୍ୱ ଅର୍ଜନ କରି ଓଡ଼ିଶାକୁ ଗର୍ବିତ କରିଥିବା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଓ ଚେସ୍‌ ଖେଳାଳୀ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଭବିଷ୍ୟତରେ ଓଡ଼ିଶା ପାଇଁ ଅଧିକ ସଫଳତା ଆଣିବେ ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ଉଲ୍ଲେଖ କରିଛନ୍ତି।

ଗତକାଲି ଅପରାହ୍ନରେ ତୋଷାଳୀ ଭବନରେ ଭିନ୍ନକ୍ଷମ ଆୟୋଗ ଆନୁକୂଲ୍ୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ପର୍ବରେ କୃତୀ କ୍ରୀଡ଼ାବିତ୍‌ ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀମତୀ ହରିଚନ୍ଦନ କହିଲେ ଯେ ରାଜ୍ୟର ଯୁବ ଖେଳାଳୀମାନେ ଏପରି କୃତିତ୍ୱରେ ଅଧିକ ଅନୁପ୍ରେରିତ ଓ ଉତ୍ସାହିତ ହେବେ।

ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାୟ ଓ ପାରା ସ୍ପୋଟର୍ସ ଅସୋସିଏସନ୍‌ର ସଭାପତି କମଳାକାନ୍ତ ରଥ ମଧ୍ୟ ଉପସ୍ଥିତ ରହି ଖେଳାଳୀଦ୍ୱୟ ଓ ଅନ୍ୟ ଅଂଶଗ୍ରହଣକାରୀ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

Share This Article