Breaking News: ସିନେ ପ୍ରଯୋଜକ ଟୁଟୁ ନାୟକ ଗିରଫ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଗିରଫ ହେଲେ ସିନେ ପ୍ରଯୋଜକ ଟୁଟୁ ନାୟକ ବା ସଂଜୟ ନାୟକ। ଆଜି ଖାରବେଳ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସେ ଜଣେ ସାମ୍ବାଦିକାଙ୍କୁ ମାଡ ମାରିବା ତଥା ଗାଲରେ ଚାପୁଡା ମାରିବା ଅଭିଯୋଗ ହୋଇଥିଲା। ତାହାକୁ ଆଧାର କରି ଆଜି ପୋଲିସ ତାଙ୍କୁ ଗିରଫ କରିଛି।

ଗତକାଲି ଏକ ଚଳଚିତ୍ର ପ୍ରିମିୟର ସୋରେ ଟୁଟୁ ନାୟକ ବାହାରେ ଠିଆ ହୋଇଥିବା ସାମ୍ବାଦିକଙ୍କ ପିଠିରେ ଚାପୁଡା ମାରିଥିଲେ। ଏପରିକି ତାଙ୍କର ବୁମ ତଳେ ପଡିଯାଇଥିଲେ ମଧ୍ୟ ତାହାକୁ ସେ ଉଠାଇ ନ ଥିଲେ। ଏହାକୁ ନେଇ ସଂପୃକ୍ତ ସାମ୍ବାଦିକ ଥାନାରେ ଅଭିଯୋଗ କରିଥିଲେ।

ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବୀ କରାଯାଇଥିଲା। ମହିଳା ସାମ୍ବାଦିକମାନେ ଡିସିପିଙ୍କୁ ଭେଟି ଟୁଟୁ ନାୟକଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ। ସେହିପରି କଂଗ୍ରେସ ଏବଂ ବିଜେପି ଦଳ ତରଫରୁ ମଧ୍ୟ ଟୁଟୁଙ୍କୁ ଗିରଫ କରିବା ପାଇଁ ଦାବୀ ହେଉଥିଲା।

Share This Article