ଦୁଷ୍କର୍ମ ଅଭିଯୋଗରେ ଓଡିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

Odisha Hot News
1 Min Read

ଭୁବନେଶ୍ବର: ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ପ୍ରତିରଣା ଅଭିଯୋଗରେ ଗିରଫ ହେଲେ କଣ୍ଠଶିଳ୍ପୀ ଦେବେଶ ପତି। ତାଙ୍କୁ ଭୁବନେଶ୍ବରରୁ ନୟାପଲ୍ଲୀ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି।

ଅଭିଯୋଗ ଅନୁସାରେ ଦେବେଶ ଭଦ୍ରକର ଏକ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ। ଏପରକି ସେହି ଝିଅଠାରୁ ବହୁ ଟଙ୍କା ମଧ୍ୟ ଦେବେଶ ଖର୍ଚ୍ଚ କରିବାକୁ ଆଣିଛନ୍ତି। ପରବର୍ତ୍ତି ସମୟରେ ଦେବେଶ ସେହି ଝିଅଠାରୁ ଦୂରେଇ ଯାଇଥିଲେ। ଏପରିକି ଦିଆଯାଇଥିବା ଟଙ୍କା ମାଗିବାରୁ ସେ ଧମକ ଦେଉଥିଲେ।

ଯୁବତୀଙ୍କର ୱାଟସପ ମେସେଜ ଏବଂ ଟଙ୍କା ପଠାଇବାର ତଥ୍ୟକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଛି। ଦେବେଶ ‘ଲଛକ ମଣି ବେବି’, ‘ଚାଲିରେ ତୋରା ପଦ୍ମ ଫୁଟ୍’, ‘ଶେହଜାଦି’, ‘ଦିୱାନା’, ‘ତୁ ସୁନା ତୁ ହୀରା’, ‘ତମେ ଯଦି ଗଢି ଦିଅ’ ଭଳି ଗୀତ ପାଇଁ ଜଣାଶୁଣା।

Share This Article