ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନଙ୍କ ୯୮ବର୍ଷ ବୟସରେ ପରଲୋକ

Odisha Hot News
1 Min Read

ଭୁବନେଶ୍ବର: ପଶ୍ଚିମ ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ ସରସ୍ବତୀ ପ୍ରଧାନଙ୍କର ଆଜି ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କିଛିଦିନ ତଳେ ଘରେ ପଡିଯିବାରୁ ଅସୁସ୍ଥ ହୋଇପଡିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ଭଟଲିର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ସରସ୍ଵତୀ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ ସେବା ତଥା କଲ୍ଯାଣ ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

Share This Article