ଭୁବନେଶ୍ବର: ର।ଜ୍ୟ ସରକାରଙ୍କ ବିଭିନ୍ନ ସେବା ସଙ୍ଗଠନ ଆଜି ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ୫ଟି ଇନିସିଏଟିଭ୍ ଏବଂ ନବୀନ ଓଡିଶାର ଚ୍ୟାୟାରମ୍ୟାନ୍ ଭାବରେ ନୂତନ ଭୂମିକା ଗ୍ରହଣ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।
ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ହ।ସଲ କରି ସେ ରାଜ୍ୟର ପରିବର୍ତ୍ତନକୁ ଆଗେଇ ନେଉଛନ୍ତି। ବର୍ତ୍ତମାନ ନୂଆ ଦାୟିତ୍ବ ପରେ ପରିବର୍ତ୍ତନ ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
ସହଯୋଗ ପ।ଇଁ ଶ୍ରୀ ଭି.କେ ପାଣ୍ଡିଆନ୍ ଆସୋସିଏସନ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରୀ କଳ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଶ୍ରୀ ପାଣ୍ଡିଆନ୍ ଓଡିଶାର ଲୋକ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।
୫ଟି ଚ୍ୟାୟାରମ୍ୟାନଙ୍କୁ ଭେଟିଥିବା ଆସୋସିଏସନ୍ ଗୁଡିକ ହେଉଛନ୍ତି ଓଡିଶା ସଚିବାଳୟ ସେବା ସଂଘ, ଓଡିଶ। ସଚିବାଳୟ ପିଏସ ଏବଂ ପିଏ ସେବା ସଂଘ, ଓଡିଶା ରାଜସ୍ୱ ଅମଲା ସଙ୍ଘ, ଆଉଟସୋର୍ସିଂ କର୍ମଚାରୀ ଫେଡେରେସନ୍, ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ଭିଏଚ୍ ଆସୋସିଏସନ୍, କେନ୍ଦୁ ପତ୍ର କର୍ମଚରୀ ମହ।ସଙ୍ଘ, ଆରବିଏସସି ଆୟୁଷ ଡାକ୍ତର ସଂଘ, ଓଡିଶା ଏଚଓଡି ମନ୍ତ୍ରୀ ସଂଘ, ସରକ।ରୀ ଉଚ୍ଚ ବିଦ୍ୟ।ଳୟ ସିବିଟି ଶିକ୍ଷକ ସଂଘ ପ୍ରମୁଖ ରହିଛନ୍ତି।
ସେହିଭଳି ସରକ।ରୀ ହ।ଇସ୍କୁଲ ଏନପିଏସ୍ ଶିକ୍ଷକ ସଂଘ, ଏସଟି ଏବଂ ଏସସି ଲେଡି ମ୍ୟାଟ୍ରନ୍ ଆସୋସିଏସନ୍, ଓଡିଶା ହେଡ୍ ସେକ୍ସନ୍ ଅଫିସର୍ସ ଆସୋସିଏସନ୍, ଫରେଷ୍ଟ ଡିଏଲ୍ଆର୍ ଆସୋସିଏସନ୍, ମଲ୍ଟି ପର୍ପୋଜ୍ ହେଲଥ୍ ୱ।ର୍କର୍ସ ଆସୋସିଏସନ୍, ଓଡିଶ। ପୋଲିସ୍ ସର୍ଭିସେସ୍ ଆସୋସିଏସନ୍, ଓଡିଶା ପୋଲିସ୍ ଆସୋସିଏସନ୍, ଓଡିଶା ପୋଲିସ୍ ହାଭିଲଦ।ର, ସିପାହୀ ଏବଂ କନଷ୍ଟେବଲ୍ ଆସୋସିଏସନ୍, ସମସ୍ତ ଓଡିଶା ଆୟୁଷ ଡ।କ୍ତର ସଂଘ ତାଙ୍କୁ ଭେଟିଥିଲେ।
Comment