ପାଞ୍ଚ ହଜାର ଲେମ୍ବୁରେ ମା ଦୁର୍ଗାଙ୍କ ବାଲୁକା କଳା, ଟିମ ଭାରତ ପାଇଁ ଆର୍ଶିବାଦ ଭିକ୍ଷା କଲେ ସୁଦର୍ଶନ

Odisha Hot News
1 Min Read

ଭୁବନେଶ୍ବର: ବିଭିନ୍ନ ସମୟରେ ବାଲୁକା କଳା କରି ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର ମଧ୍ୟ ସେ ଏକ ବାଲୁକା କଳା କରି ଚର୍ଚ୍ଚାକୁ ଆସିଛନ୍ତି। ସୁଦର୍ଶନ ଦୁର୍ଗାପୂଜା ଉପଲକ୍ଷେ ନିର୍ମାଣ କରିଛନ୍ତି ମା ଙ୍କ ବାଲୁକା ପ୍ରତିମୂର୍ତ୍ତି। ତେବେ ଏଥର ସୁଦର୍ଶନ ଏହି କଳାରେ ଲେମ୍ବୁର ଉପଯୋଗ କରିଛନ୍ତି।

ସେ ମା ଦୁର୍ଗାଙ୍କ ମୂର୍ତ୍ତି କରିବା ପାଇଁ ପ୍ରାୟ ପାଞ୍ଚହଜାର ଲେମ୍ବୁକୁ ବ୍ୟବହାର କରିଛନ୍ତି। ତେବେ ସେ ଏହାକୁ ପୁରୀ ବେଳାଭୂମିରେ ନ କରି କର୍ଣ୍ଣାଟକର ବିଜାପୁର ଠାରେ ଏହାକୁ ନିର୍ମାଣ କରିଛନ୍ତି। ତେବେ ଏହାର ଆଉ ଏକ ବିଶେଷତ୍ବ ହେଲା ଯେ, ଏଥିରେ ସେ ଟିମ ଭାରତ ଉପରେ ମା ଆର୍ଶିବାଦ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ଏଥିରେ ସୁଦର୍ଶନ ମାଙ୍କ କିରଟିକୁ ପୁରା ଲେମ୍ବୁରେ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ସେହିପରି ତଳେ ସେ ଇଂରାଜୀରେ Prayer For Blessings Team Bharat ବୋଲି ଉଲ୍ଲେଖ କରିଛନ୍ତି। ପୁରା ତଳେ ଜଣେ ଖେଳାଳୀଙ୍କର ପ୍ରତିମୂର୍ତ୍ତି ସୁଦର୍ଶନ କରିଛନ୍ତି। ସେ ମା ଙ୍କ ନିକଟରେ ଆଣ୍ଠୁମାଡି ମୁଣ୍ଡିଆ ମାରି ଆର୍ଶିବାଦ ଭିକ୍ଷା କରୁଛନ୍ତି।

 

Share This Article