କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଏସଟିଏଫ

Odisha Hot News
1 Min Read

ଭୁବନେଶ୍ବର: ଆଜି କେନ୍ଦୁଝରରେ ବ୍ରାଉନ ସୁଗାର କାରବାର ହେଉଥିବା ବେଳେ ଧରିଛି ଏସଟିଏଫ। ପୂର୍ବରୁ ସୂଚନା ପାଇଁ ଏସଟିଏଫ ର ଏକ ଟିମ କେନ୍ଦୁଝର ଟାଉନ ପୋଲିସ ଅଧିନରେ ଥିବା ଶୀଳୁନ ଛକରେ ଛକି ରହିଥିଲେ। ଏକ ମାରୁତି ଅଲଟୋ ଗାଡି ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୫୨୦ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା।

ସେହି ଗାଡିରେ ଥିବା ୩୭ ବର୍ଷ ବୟସ୍କ ଦେବେନ୍ଦ୍ର ସାମଲ ଏଥିରେ ସଂପୃକ୍ତ ଥିବା ଜଣାପଡି ଥିଲା। ତାଠାରୁ ଏହି ବ୍ରାଉନସୁଗାର ସହିତ କେତେକ ଗୁରୁତ୍ହପୂର୍ଣ୍ଣ କାଗଜ ପତ୍ର ମିଳିଥିବାର ଜଣାପଡିଛି। ଏସଟିଫ ଦେବେନ୍ଦ୍ର ଏବଂ କାରକୁ କେନ୍ଦୁଝର ଟାଉନ ଥାନା ଜିମା ଦେଇଛି। ଏ ନେଇ ଅଧିକ ତଦନ୍ତ ଚାଲିଛି।

ଏସଟିଏଫ ତରଫରୁ ୨୦୨୦ ମସିହାରୁ ନିଶା କାରାବାର ରୋକିବା ପାଇଁ ଏକ ଡ୍ରାଇଭ ଆରମ୍ଭ କରିଛି। ସେହି ଦିନଠାରୁ ଆଜି ପର‌୍ୟ୍ୟନ୍ତ ୭୨ କେଜି ବ୍ରାଉନ ସୁଗାର ଓ ହେରୋଇନ, ୨୦୨ ଗ୍ରାମ କୋକେନ, ୧୧୬ କ୍ବାଣ୍ଟଲ ଗଂଜେଇ ଜବତ କରାଯାଇଛି।

Share This Article