ଏଥର କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେତେବେଳେ ହେବ ହାଣ୍ଡିଛାଡ

Odisha Hot News
1 Min Read

ଭୁବନେଶ୍ବର: ଏଥର କୁମାର ପୂର୍ଣ୍ଣାମା ଆସନ୍ତା ୨୮ ତାରିଖ ଶନିବାରରେ ପଡୁଛି। ତେବେ ଏହିଦିନ ରହିଛି ଚନ୍ଦ୍ର ଗ୍ରହଣ। ଏଥର ଚନ୍ଦ୍ର ଗ୍ରହଣ ଖଣ୍ଡ ଗ୍ରାସ ହେବ। ଏହା ଏକ ଲମ୍ବା ସମୟ ଧରି ହେବ ବୋଲି ଜଣାପଡିଛି। ସେଦିନ ଚନ୍ଦ୍ର ଗ୍ରହଣ ରାତି ୧ ଟା ୪ ମିନଟ ୫୫ ସେକେଣ୍ଡରେ ଲାଗିବ। ଏହା ୧ ଘଣ୍ଟା ୧୯ ମିନଟ ୭ ସେକେଣ୍ଡ ଧରି ଲାଗିରହିବ। ଯାହା ରାତ୍ରୀ ୨ ଟା ୨୪ ମିନଟ ୭ ସେକେଣ୍ଡରେ ସର୍ବ ମୋକ୍ଷ ହେବ।

ତେବେ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ସେଦିନ ପାକ ତ୍ୟାଗ ତାହାର ବହୁ ପୂର୍ବରୁ କରିବାକୁ ପଡିବ। ଅର୍ଥାତ ସେଦିନ ଅପରାହ୍ନ ୪ ଟା ୪ ମିନଟ ୫୫ ସେକେଣ୍ଡରୁ ପାକତ୍ୟାଗ କରାଯିବ। ଏହା ପୂର୍ବରୁ ଯେଉଁମାନେ ଯାହା ଖାଇବା କଥା ତାହା ଖାଇ ସାରିବା ଉଚିତ। ତେବେ ପାକ ଗ୍ରହଣ ରାତି ୨ ଟା ୨୫ ମିନଟ ପରେ କରାଯାଇପାରିବ। ତେବେ ରାତ୍ରୀରେ ଆଉ କେହି ପାକ ଗ୍ରହଣ କରି ନ ଥିବାରୁ ସକାଳୁ ଖାଇଲେ ଭଲ ବୋଲି କୁହାଯାଇଛି।

ସେଦିନ ଶ୍ରୀମନ୍ଦିରରେ ମଧ୍ୟ ଦେବ ନୀତିରେ ପରିବର୍ତ୍ତନ କରାଯାଇଛି। ସେଦିନ ସମସ୍ତ ନିତି ଅପରାହ୍ନ ୪ ଟା ୪ ମିନିଟ ପୂର୍ବରୁ ସାରିବା ପାଇଁ ନିଷ୍ପତି କରାଯାଇଛି। ସେଦିନ ରାତି ୨ ଟା ୨୪ ରେ ଦ୍ବାର ଫିଟା ସହିତ ରାତି ୩ ଟାରେ ମଙ୍ଗଳା ଆରତି କରାଯିବ। ତେବେ ତାପର ଦିନ କାର୍ତ୍ତିକ ମାସ ଆରମ୍ଭ ହେଇଥିବାରୁ ହବିଷ୍ୟାଳିଙ୍କ ଭିଡ ଆରମ୍ଭ ହୋଇଯାଇଥିବ। ସେଥିପାଇଁ ଠିକ ଭାବେ ଦେବ ନୀତି କରିବା ପାଇଁ ମନ୍ଦିର ପ୍ରଶାସନ ସେବାୟତଙ୍କୁ ଅନୁରୋଧ କରିଛି।

Share This Article