ଭୁବନେଶ୍ବରରେ ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଫସିଲେ ତିନି ବନ୍ଧୁ, ଜଣେ ମୃତ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜଧାନୀର ପଟିଆ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗୋଟିଏ ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି।

ଘଟଣାରୁ ଜଣା ପଡିଛି ଯେ, ଆଜି ଅପରାହ୍ନରେ ଏକ ବିଲେଇ ପଟିଆ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ତିନି ସାଙ୍ଗ ଚେଷ୍ଠା କରିଥିଲେ।

ପ୍ରଥମେ ଜଣେ ସେହି କୂଅ ଭିତରକୁ ପ୍ରବେଶ କରିଥିଲା, ସେ ନ ଆସିବାରୁ ଆଉ ଦୁଇଜଣ ତା ଭିତରେ ପଶିଥିଲେ। ହେଲେ କେହି ହେଲେ ଉପରକୁ ନ ଆସିବାରୁ ଦମକଳ ଅଫିସକୁ ଫୋନ କରାଯାଇଥିଲା।

ଅଗ୍ନିଶମ କର୍ମଚାରୀ ଆସି କୁଅ ଭିତରେ ପଶି ତିନିଜଣଙ୍କୁ ଉଦ୍ଧାର କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ 50 ବର୍ଷ ବୟସ୍କ ସାହୁ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲା।

Share This Article