ସଟଡାଉନ୍ ଅବଧି ବଢ଼ିବ ନାହିଁ: କିନ୍ତୁ ରାତି ୮ଟା ପରେ ଦୋକାନ, ବଜାରରେ ଭିଡ ନ କରିବାକୁ ସତର୍କ କଲେ ସରକାର

Odisha Hot News
1 Min Read

ଭୁବନେଶ୍ବର : ଭୁବନେଶ୍ବର, କଟକ ଓ ଭଦ୍ରକ ସମେତ କିଛି ଅଞ୍ଚଳରେ ଜାରି ରହିଥିବା ୪୮ ଘଣ୍ଟିଆ ସଟଡାଉନ୍ ଅବଧି ବଢ଼ିବ ନାହିଁ। ଆଜି ରାତି ୮ଟାରେ ଏହି ସ୍ବତନ୍ତ୍ର କଟକଣା ସମୟ ପୂରିବ। କିନ୍ତୁ ତା ପରେ ବଜାରରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। କିନ୍ତୁ ସେଠାରେ ଭିଡ ନ କରିବାକୁ ସତର୍କ କରିଛନ୍ତି ରାଜ୍ୟ ସରକାର। ଯଦି ଲକଡାଉନ୍ ନିୟମ ଉଲଂଘନ କରି ସେସବୁୁ ସ୍ଥାନରେ ସାମାଜିକ ଦୂରତ୍ବ ନିୟମକୁ ଅବଜ୍ଞା କରାଯାଏ। ତେବେ ସଟଡାଉନ୍ ଏବଂ ଲକଡାଉନ ଠାରୁ ଆହୁରି କଡ଼ା ନିୟକ କରିବାକୁ ସରକରା ବାଧ୍ୟ ହେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସର୍ବସାଧାରଣଙ୍କୁ ଏହିପରି ଚେତାବନୀ ଦେଇଛନ୍ତି।

ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଏହି ସତର୍କତା ସହ ରଖିଛନ୍ତି ୪୮ ଘଣ୍ଟିଆ ସଟଡାଉନ୍ ଏବଂ ଜାରି ରହିଥିବା ଲକଡାଉନର କିଛି ତଥ୍ୟ। ସେ କହିଛନ୍ତି, ରାଜ୍ୟରେ କୌଣସି କରୋନା ହଟସ୍ପଟ ଏବେ ସୁଦ୍ଧା ନାହିଁ। ରାଜ୍ୟରେ ବା ସଟଡାଉନ୍ ହୋଇଥିବା ସ୍ଥାନରେ ସମାଜିକ ସଂକ୍ରମଣ ବା କମ୍ୟୁନିଟି ଟ୍ରାନ୍ସମିସନର ପ୍ରମାଣ ମଧ୍ୟ ମିଳି ନାହିଁ। ୪୮ ଘଣ୍ଟିଆ ସଟଡାଉନ ଯୋଗୁଁ କରୋନ ସଂକ୍ରମଣର ନିୟନ୍ତ୍ରଣ ସଫଳ ହୋଇଛି। ସେଥିଲାଗି ପୋଲିସ୍, ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଜରୁରୀ ସେବାରେ ଥିବା ସମସ୍ତ ସଦସ୍ୟ ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Share This Article
Leave a Comment