ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସମବେଦନା

Odisha Hot News
1 Min Read

ଭୁବନେଶ୍ଵର: ଆଜକୁ ୧୧ ଦିନ ତଳେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ବାଲେଶ୍ୱର ନିବାସୀ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନାଙ୍କ ମୃତ୍ୟୁ ସମଗ୍ର ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଥିଲା। ପ୍ରଭାସଙ୍କ ଏକାଦଶ କାର୍ଯ୍ୟରେ ଆଜି ଓଡିଶା ସରକାରୀ CBT ଶିକ୍ଷକ ସଙ୍ଘ ସାମିଲ ହୋଇଥିଲା। ସଙ୍ଘର ଆବାହକ ମନୋଜ କୁମାର ଜେନା, ନବରଙ୍ଗପୁର ପ୍ରତିନିଧି ଅଞ୍ଜନ କୁମାର ଦେ ଏବଂ ଅଜୟ କୁମାର କମିଳା ପ୍ରବଳ ବନ୍ୟାଜଳକୁ ପାର କରି ତାଙ୍କ ଗ୍ରାମରେ ପହଞ୍ଚି ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି।

ପ୍ରଭାସ ଜେନାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ନିଷ୍ଠୁର ମୃତ୍ୟୁ ଆଗରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ତମ୍ଭିଭୂତ। ପରିବାରରେ ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ରହୁଥିବା ବାପା ମା’ ଆଜି ବେସାହାରା। ଚାକିରି ମାତ୍ର ଅଳ୍ପ ଦିନର ରେଗୁଲାର। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଛି କିଛି ଆର୍ଥିକ ସାହାଯ୍ୟ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାକୁ ଛୋଟ ପ୍ରୟାସ କରିଛନ୍ତି। ଆଜି ୩,୫୫,୧୦୫ ଟଙ୍କା ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସମସ୍ତ ଶିକ୍ଷକ ମାନଙ୍କ ସହଯୋଗକୁ ସି .ବି .ଟି ସଂଘ ତରଫରୁ ସଲାମ କରାଯାଇଛି।

ସଙ୍ଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ଶୁଭ୍ରଜିତ ପ୍ରତିହାରୀ, ବିଜୟ ମଲ୍ଲ, ମହାସଚିବ ଦେବାଶିଷ ଜେନା, ଆବାହକ ମନୋଜ ଜେନା, ସଭାପତି ରାଜେନ୍ଦ୍ର ମଲ୍ଲିକ, ସମ୍ପଦକ ଦେବରାଜ ସାହୁ ସମେତ ସଙ୍ଘର ଅନ୍ୟ ସଦସ୍ୟ ମାନେ ଶୋକ ବ୍ୟକ୍ତ କରିଛନ୍ତି।

Share This Article