ଆଉ କିଛି ସମୟ ପରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ, ସୁରକ୍ଷା କଡାକଡି

Odisha Hot News
1 Min Read

ଭୁବନେଶ୍ବର: ଆଉ କିଛି ସମୟ ପରେ ହେବ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ। ପୂର୍ବରୁ ଏହି ଉପନିର୍ବାଚନ ବେଳେ ହିଂସାକାଣ୍ଡ ଘଟିବାରୁ ତାହାକୁ ବନ୍ଦ ରଖାଯାଇଥିଲା। ଆଜି ପୁନଃର୍ବାର କଡା ସୁରକ୍ଷା ମଧ୍ୟରେ ଏହା କରାଯାଉଛି।

ଓଡିଶା ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଏହି ଉପନିର୍ବାଚନ ପାଇଁ ଆଜି ଦିନ ୧୦ ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ। ସେହିପରି ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ଏହା ସରିବା ପରେ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଦିନ ସାଢ଼େ ୧୨ଟାରୁ ୨ଟା ଯାଏଁ ଭୋଟ ଗ୍ରହଣ କରାଯିବ।

Share This Article