ଜି ଆର୍ ଏସ୍ ସୁଶିଲଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?

Odisha Hot News
1 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନ୍ୟାରିବାଡି ଗାଁ ମୁହଁରେ ସେହି ଗ୍ରାମର ସୁଶିଲ କୁମାର ମହାନ୍ତିଙ୍କ ମୃତ ଦେହ ପଡିଛି। ଆଜି ସକାଳୁ ଗାଁ ଲୋକ ଦେଖିଥିଲେ। ଯୁବକ ଟି ମୁହଁ ମାଡି ପଡି ରହିଥିବା ହେତୁ ପ୍ରଥମେ ପରିଚୟ ଜଣା ପଡୁନଥିଲା। ପୋଲିସ ଆସିଲା ପରେ ମୃତ ଦେହଟିକୁ ଓଲଟାଇଲା ପରେ ସେହି ଗ୍ରାମର ଯୁବକ ସୁଶିଲ ବୋଲି ଜଣା ପଡ଼ିଥିଲା। ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଛି ନା ସେ ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ସାପେକ୍ଷ। ସେ ସାନ ଉସ୍ତାପଡା ପଞ୍ଚାୟତରେ ଜି ଆର୍ ଏସ୍ ଭାବେ କାର୍ଯ୍ୟରତ ଥିଲେ।

ଘଟଣାସ୍ଥଳରେ ବେଗୁନିଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ କନ୍ୟାରିବାଡି ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି। ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଥିବା ଗ୍ରାମବାସୀ ମାନେ ସନ୍ଦେହ ପ୍ରକାଶ କରିଛନ୍ତି।

Share This Article