କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ପାଇଁ ଅଲୋଡା ହୋଇଗଲେ କି ରାଣୀ ମା?

Odisha Hot News
1 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍ ଏ ସି ର ବିଭିନ୍ନ ୱାର୍ଡ଼ରେ ସୋମବାର ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ମଧ୍ୟ ବ୍ୟାନର୍ ପ୍ରସ୍ତୁତ ହୋଇଥିଲା। ସେହି ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଆସିକା ସାଂସଦ ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଧାୟିକା ଲତିକା ପ୍ରଧାନଙ୍କ ଫୋଟ ଚିତ୍ର ଥିବା ବେଳେ ବର୍ଷିୟାନ ବିଧାୟିକା ଏବଂ ଓଡିଶା ରାଜନୀତିର ଜଣାଶୁଣା ଚେହେରା ତଥା ଖଲ୍ଲିକୋଟ ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ଫୋଟ ଚିତ୍ର ଦେଖିବାକୁ ମିଳିନଥିଲା। ଏ ନେଇ ରାଣୀ ମା’ ଙ୍କ କିଛି ଦୃଢ଼ ସମର୍ଥକ ମାନେ ନିଜର ନାମକୁ ଗୋପନ ରଖି ବ୍ୟାନରରେ ରାଣୀ ମା’ ଙ୍କ ଫୋଟ ନ ଥିବା କୁ ନାପସନ୍ଦ କରିଛନ୍ତି।

ସେମାନଙ୍କ କହିବା କଥା ହେଲା ଗତ କିଛିଦିନ ତଳେ ରାଣୀ ମା’ ଙ୍କ ଜନ୍ମଦିବସ ପାଳନ ପାଇଁ ରକ୍ତ ଦାନ ଶିବିର ମାନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ସେଥିରେ ରାଣୀ ମା ଙ୍କ ଫୋଟ ସହିତ ଅନ୍ୟ ମାନଙ୍କ ଫୋଟ ଥିଲା। ଏବେ କଣ ପାଇଁ ରାଣୀ ମା’ ଙ୍କ ଫୋଟ ନାହିଁ ଏବଂ ରାଣୀ ମା କଣ ଅଲୋଡା ହୋଇଗଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ଦେଖାଯାଉ ଆଗକୁ କଣ ହେଉଛି ତାହା ଦେଖବାକୁ ବାକି ରହିଲା।

Share This Article