ଜିଲ୍ଲା ସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ପୋଲିସ ପେରେଡ୍ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ୧୧୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି।

ପ୍ରଥମେ ପୁର୍ବାହ୍ନ ୫ ଟାରେ ଡ଼ାକବାଜି ଯନ୍ତ୍ର ଦ୍ବାରା ରାମଧୁନ୍ ସଙ୍ଗୀତ ଏକ ଗାଡ଼ି ସହରରେ ପରିକ୍ରମା କରି ପରିବେଷଣ କରାଯାଇଥିଲା। ପରେ ପୋଲିସ ପଡ଼ିଆରେ ଥିବା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତିରେ ଗଞ୍ଜାମ ଜିଲ୍ଲାପାଳ ଡ଼ଃ ଦିବ୍ୟଜ୍ୟୋତି ପରିଡ଼ା ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଅତିଥି ପରିଚୟ ପ୍ରଦାନ କରି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଦିଗଦର୍ଶନ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୁର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନ୍ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଜି ପାପାରାଓ ପ୍ରମୁଖ ଯୋଗ ଦେଇ ଗାନ୍ଧୀଙ୍କ ନିଷ୍ଠା, ବ୍ରିଟିଶ ଶାସନ ବିରୋଧରେ ଶାନ୍ତିପୂର୍ଣ୍ଣ ଓ ଅସହଯୋଗ ଆନ୍ଦୋଳନ ଯୋଗୁଁ ଆଜି ଆମେ ଦେଶବାସୀ ସ୍ବାଧୀନ ଭାରତର ବାସିନ୍ଦା ବୋଲି ଗର୍ବିତ ବୋଲି ଉପସ୍ଥିତ ଶ୍ରୋତା ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶେଷରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ସମ୍ୱିତ ସଂଗ୍ରାମଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article