‘ସମ୍ବାଦ’ ସଂପାଦକ ପଦରୁ ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟାଙ୍କୁ ନିଯୁକ୍ତି

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଏ ନେଇ ସମ୍ବାଦରେ ସୂଚନା ପ୍ରଦାନ କରାଯାଇଛି। ତେବେ ସମ୍ବାଦର ନୂଆ ସଂପାଦକ ଭାବେ ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ସେ ଦାୟିତ୍ବ ପ୍ରଦାନ କରିଛନ୍ତି। ହଠାତ ସୌମ୍ୟରଂଜନ ଏପରି କାହିଁକି ନିଷ୍ପତି ନେଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ଆସନ୍ତାକାଲି ସମ୍ବାଦର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ଯୋଗଦେଉଛନ୍ତି। ତା ପୂର୍ବରୁ ସୌମ୍ୟରଂଜନ ଏପରି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେହିପରି ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବର୍ତ୍ତମାନ ବିଜେଡିରୁ ବହିସ୍କାର ହୋଇଛନ୍ତି। ଏପରିକି କର୍ମଚାରୀଙ୍କ ନାମରେ ଜାଲିଆତି କରି ଋଣ ନେବା ଅଭିଯୋଗରେ ଇଓଡବ୍ଲୁ ସମ୍ବାଦ କାର୍ଯ୍ୟାଳୟ ଚଢାଉ କରିଛି। ଏହି ବିବାଦରେ ଛନ୍ଦି ହୋଇପଡିଛନ୍ତି ସୌମ୍ୟରଂଜନ। ବର୍ତ୍ତମାନ ତାହା ତଦନ୍ତ ଚାଲିଥିବା ବେଳେ ସୌମ୍ୟ ରଂଜନ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି।

Share This Article