Video News: ଭୁବନେଶ୍ବରରେ ଅଭିନେତ୍ରୀ ଜାହ୍ନବୀ କାପୁର, କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜାହ୍ନବୀ କାପୁର ଆଜି ଓଡିଶା ଆସି ଭୁବନେଶ୍ବରକୁ ବେଶ ପ୍ରସଂଶା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ସେ ନମସ୍ତେ ଭୁବନେଶ୍ବର ବୋଲି କହିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆପଣମାନେ ମୋତେ ଯେପରି ସ୍ବାଗତ କରିଛନ୍ତି ତାହା ମୋତେ ଖୁସି କରିଛି। ମୁଁ ଏଠାକୁ ପ୍ରଥମ ଥର ପାଇଁ ଆସିଛି। ମୋତେ ଲାଗୁଛି ଏଣିକି ମୁଁ ସବୁବେଳେ ଭୁବନେଶ୍ବର ଆସିବା।

ଆଜି ଅଭିନେତ୍ରୀ ଜାହ୍ନବୀ କାପୁର ଭୁବନେଶ୍ବର ଆସି ଭାରତର ପ୍ରତିଷ୍ଠିତ କଲ୍ୟାଣ ଜୁଏଲରର୍ସର ମାଷ୍ଟର କ୍ୟାଣ୍ଟିନ ସୋରୁମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କୁ କଂପାନୀ ତରଫରୁ ସମ୍ବର୍ଦ୍ଧନା କରାଯିବା ସହିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।

Share This Article