କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚ୍ନଦର ଚୌଧୁରୀ): ଆଜି ଜଣେ ଯୁବକଙ୍କ ମୃତଦେହ ହଞ୍ଜିଳି ଥାନା ପୋଲିସ ଉଦ୍ଧାର କରିଛି। କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣଙ୍କ ଦୁର୍ବନ୍ଧ ଗ୍ରାମର ଅରକ୍ଷିତ ସେଠୀଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ସେଠୀ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, କୃଷ୍ଣ ଚନ୍ଦ୍ରଙ୍କ ମୃତଦେହ ମୋହନ ପଲ୍ଲୀ ଗ୍ରାମର ୯ ନଂ କେନାଲରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ସଙ୍ଗେସଙ୍ଗେ ସେମାନେ ପୋଲିସକୁ ଏନେଇ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ କେନାଲରୁ କୃଷ୍ଣଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

ତେବେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

ହେଲେ କୌଣସି କାରଣରୁ ଏହି ସ୍ଥାନକୁ ଆସି ଏହିଭଳି ଘଟଣା ଘଟିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ କହିଛନ୍ତି।

Share This Article