ଆସନ୍ତା ୧୩ ତାରିଖରେ ଲଘୁଚାପ, ଦକ୍ଷିଣ ଓଡିଶାରେ ଆରମ୍ଭ ହୋଇଗଲାଣି ବର୍ଷା

Odisha Hot News
1 Min Read

ଭୁବନେଶ୍ବର: ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ୭୨ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ବର୍ଷା। ଆଜି ସନ୍ଧ୍ୟା ୫ ଟା ୩୦ ସୁଦ୍ଧା କୋରାପୁଟ ସହରରେ ୭୭ ମିମି ବର୍ଷା ରେକର୍ଡ ହୋଇଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share This Article