ଅସହ୍ୟ ହେଲା ପୁଅ ବୋହୁଙ୍କ ନିର୍ଯାତନା, ପୋଲିସ ସହାୟତାରେ ଘରକୁ ଫେରିଲେ ବୃଦ୍ଧ ଦମ୍ପତି

Odisha Hot News
1 Min Read

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତଗତ ମହ୍ଲାସାହି ଗ୍ରାମର ୯୬ବର୍ଷିୟ ଘନଶ୍ୟାମ ଦାସ ଓ ତାଙ୍କ ପତ୍ନୀ ୮୫ ବର୍ଷିୟା ମନୋରମା ଦାସ ପୁଅ ବୋହୁଙ୍କ ଦ୍ୱାରା ନିର୍ଯାତାନପାଇ ବାରଦ୍ୱାର ଶୁଣ୍ଡିପାଣ୍ଡା ହୋଇ ୧୨ଦିନକାଳ ଭୋକଉପାସରେ ଅତିବାହିତ କଲାପରେ ଆଜି ଘରକୁ ଫେରିଥିବା ଜଣାପଡିଛି।

ସୂଚନା ଯୋଗ୍ୟକି ଘନଶ୍ୟାମ ତାର ଦୁଇ ପୁଅ ସରୋଜ ଦାସ ଓ ରଂଜନ କୁମାର ଦାସକୁ ଜମି ବିକ୍ରି କରି ୧୮ଲକ୍ଷ ଟଙ୍କା ଦେଇଥିଲେ। ଉକ୍ତ ଟଙ୍କାରେ ଗୃହ ନିର୍ମାଣ କରିସାରିବା ପରେ ବୃଦ୍ଧା ପିତାମାତାଙ୍କୁ ଘରୁ ତଡିଦେଇଥିଲେ। ଅଗଷ୍ଟ ୨୪ ତାରିଖରୁ ବୃଦ୍ଧ ପିତାମାତା କୁଜଙ୍ଗ ପୋଷ୍ଟ ଅଫିସ ସମେତ ବିଭିନ୍ନ ବାରଣ୍ଡାରେ ଜୀବନ ଅତିବାହିତ କରିଥିଲେ। ପରେ ଘନଶ୍ୟାମ କୁଜଙ୍ଗ ଥାନାରେ ଅଭିଯୋଗ କରିବାରେ କୁଜଙ୍ଗ ପୋଲିସ ଥାନାକୁ ଦୁଇ ପୁଅଙ୍କୁ ଡକାଇ ତାଲୁକ ଆଇନସେବା କମିଟି ସହାୟତାରେ ବାପ ମା ଓ ଦୁଇ ପୁଅଙ୍କ ମଧ୍ୟରେ ବୁଝାବଣା କରାଇଥିଲେ।

ପରେ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ଦାଶ ତାଲୁକ ଆଇନସେବା କମିଟି ରିଟେନର ଏଏନଡି ଯାଦବ, ମହ୍ଲାସାହି ସରପଂଚ ଧୃବ ଚରଣ ନାୟକଙ୍କ ସହାୟତାରେ ବୃଦ୍ଧ ପିତା ମାତାଙ୍କୁ ନେଇ ଘଣେ ଛାଡିବା ସହ ଦୁଇ ପୁଅ ଓ ଜ୍ୱଇଁକୁ ଯତ୍ନନେବାପାଇଁ ପରାମର୍ଶ ଦେଇଥିଲେ। ଯଦି ଭବିଷ୍ୟତରେ ବୃଦ୍ଧ ପିତାମାତାଙ୍କୁ ଦୁଇ ପୁଅ ହଇରାଣ କରନ୍ତି ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଲୁକ ଆଇନସେବା କମିଟି ପକ୍ଷରୁ କୁହାଯାଇଛି।

Share This Article