ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଲାଞ୍ଚ ମାଗିବା ଘଟଣାରେ ୪ କର୍ମଚାରୀ ବହିଷ୍କୃତ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଗଙ୍ଗାଧର ନଗର ବାସିନ୍ଦା ପର୍ଶୁରାମ ସାହୁଙ୍କ ଶରୀର ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସିନିଅର ଡାକ୍ତରଙ୍କ ଆଦେଶ ଅନୁଯାୟୀ ପର୍ଶୁରାମଙ୍କୁ ଆଇସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହେଇଥିଲା।

ଏହି ପରିସ୍ଥିତିରେ ମୃତ ଦେହକୁ ଛାଡ଼ିବା ପାଇଁ ଦୁଇ ଜଣ ସହାୟକ ଏକ ହଜାର ଟଙ୍କା ଦାବି ମୁତାବକ ପୁଅ ମହେନ୍ଦ୍ର ସାହୁ ଠାରୁ ଲାଞ୍ଚ ନେଇଥିଲେ। ଏହା ପରେ ଆଉ ଦୁଇ ଜଣ ସଫେଇ କର୍ମଚାରୀ ଲାଞ୍ଚ ଦାବି କରିଥିଲେ। ଯ’ଦ୍ଵାରା ତାଙ୍କର ସମ୍ପର୍କୀୟ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ଡ଼ାକ୍ତରଖାନା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପ୍ରଶାସନ ତରଫରୁ ତତକ୍ଷଣାତ୍ ତଦନ୍ତ କରି ଦୁଇ ଜଣ ସହଯୋଗୀ କର୍ମଚାରୀ ଓ ଦୁଇ ଜଣ ସଫେଇ କର୍ମଚାରୀକୁ ବହିଷ୍କାର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share This Article