ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳି ମାଡ, କାନ୍ଦିକାନ୍ଦି ତାଙ୍କ ମୁହଁ ପୋଛି ଦେଲେ ମହିଳା

Odisha Hot News
1 Min Read

ପୁରୀ: ଆଜି ପୁରୀ ଗସ୍ତରେ ଥିବା 5ଟି ସଚିବ ଭିକେ ପାଣ୍ଡିଆନ ଏକ ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ସତ୍ୟବାଦୀରେ ଜନସାଧାରଣଙ୍କୁ ସାକ୍ଷାତ କରୁଥିବା ବେଳେ ସେଠାରେ ତାଙ୍କ ମୁହଁକୁ କେହି କାଳି ଫିଙ୍ଗି ଦେଇଛି। ଫଳରେ ପାଣ୍ଡିଆନ ଏବଂ ସେଠାରେ ଉପସ୍ଥିତ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ କାଳି ଲାଗିଥିଲା।

ତେବେ ପାଣ୍ଡିଆନ ସେଠାରୁ ନ ଫେରି ସେହିପରି ଅବସ୍ଥାରେ ଲୋକଙ୍କ ସାକ୍ଷାତ କରୁଥିଲେ। ସେହି ଭିଡ ଭିତରୁ କେତେକ ମହିଳା ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛି ଦେଉଥିବାର ପରିଲକ୍ଷିତ ହୋଇଥିଲା। ଏପରିକି କେତେକ ମହିଳା କାନ୍ଦୁ ଥିବାର ମଧ୍ୟ ଦେଖାଯାଇଥିଲା। ସେହିପରି ଅନ୍ୟ କେତେକ ମହିଳା ପାଣ୍ଡିଆନଙ୍କ ହାତରେ ରାକ୍ଷୀ ବାନ୍ଧୁଥିବାର ମଧ୍ୟ ଦେଖାଯାଇଥିଲା।

ତେବେ ଏପରି ପରିସ୍ଥିତିରେ ପାଣ୍ଡିଆନ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ନ କରି ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ଯେଉଁମାନେ କାଳି ଫିଙ୍ଗିଥିଲେ ସେମାନଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବାର ଜଣାପଡିଛି।

Share This Article