ବୋମାମାଡ ଘଟଣାରେ ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଶୁକ୍ରବାର ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଘଟିଥିବା ବୋମାମାଡ ଘଟଣାରେ ବଡ଼ବଜାର ପୋଲିସ କମଲେଶ୍, ବଳିଆ ନାଏକ ଓ ରୋଷନ୍ ଖଟେଇକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କାଳିଆ ବର୍ତ୍ତମାନ ସୁଦ୍ଧା ଫେରାର ଅଛି।

ମାମଲାର ବିବରଣୀରୁ ଜଣାପଡିଛି ଯେ, ଅଭିଯୁକ୍ତ ପେଷାଦାର ଅପରାଧୀ ମାନେ ଉକ୍ତ ସାହିର ଯୁବ ବ୍ୟବସାୟୀ ପ୍ରସାନ୍ତ କୁମାର ନାୟକ (ମୁନା) ଙ୍କୁ ବିଭିନ୍ନ ସମୟରେ ଦାଦା ବଟି ମାଗୁଥିଲେ। ମୁନା ମନା କରିବାରୁ ତାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ।

ଘଟଣା ପରେ ସାହିରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା ଓ ଗୋଟିଏ ମୋଟରସାଇକେଲ ଜବତ ହୋଇଛି।

Share This Article