ପରକ୍ରିୟା ପ୍ରିତୀର କରୁଣ ପରିଣତି ପ୍ରେମୀକକୁ ଗୁଳି କଲା ସ୍ବାମୀ: ଆହତ ପ୍ରେମୀକ କଟକ ସ୍ଥାନାନ୍ତର

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢ଼ାଖୋଲ: ପ୍ରେମ ଶାଶ୍ବତ ଓ ଚିରନ୍ତନ। ପ୍ରେମ ପାଇଁ ପ୍ରେମିକକୁ ଗୁଳି କରିବା ଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଚାରାମାଳ ଥାନା ଅଂଚଳରେ। ପ୍ରେମୀକକୁ ଗୁଳି କରିଛି ସ୍ବାମୀ।  ସ୍ବାମୀ ଫେରାର୍ ଥିବା ବେଳେ ଗୁରୁତର ଆହତ ପ୍ରେମୀକକୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। ଅଂଚଳରେ ଘଟଣାଟି ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗ୍ରାମର ସ୍ବାଧିନ ପ୍ରଧାନ ଟିକିରାପାଲି ଗ୍ରାମର ମିରା ପ୍ରଧାନଙ୍କୁ ଦଶ ବର୍ଷ ହେଲା ବିବାହ କରିଥିଲେ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କ୍ଷେତିନାଳି ଗ୍ରାମର ପଙ୍କଜ ଦେହୁରୀ ସ୍ବାଧିନ ପ୍ରଧାନଙ୍କ ସ୍ତ୍ରୀ ମିରା ପ୍ରଧାନଙ୍କ ସହିତ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ମଧ୍ୟ ଫେରାର୍ ଥିଲେ।

ଗତ କାଲି ଉଭୟ ପ୍ରେମିକ ପଙ୍କଜ ଏବଂ ପ୍ରେମୀକା ମିରା ନିଜ ଗ୍ରାମ କ୍ଷେତି ନାଳିକୁ ଆସିଥିଲେ। ଉଭୟ କ୍ଷେତିନାଳୀ ଗ୍ରାମକୁ ଆସିଥିବା ଖବର ସ୍ବାଧୀନ ଜାଣିପାରି ଥିଲା। ସ୍ବାଧୀନ ରାଗରେ ଜର୍ଜରିତ ହୋଇ ନିଜ ପତ୍ନୀ ଏବଂ ତାର ପ୍ରେମିକକୁ ଜୀବନରେ ମାରିବା ପାଇଁ ପ୍ରେମୀକର ଘରକୁ ରାତିରେ ଯାଇଥିଲା। ପଙ୍କଜ ଖାଇ ସାରି ବାରଣ୍ଡାରେ ହାତ ଧୋଉଥିବା ସମୟରେ ସ୍ବାଧୀନ ପଙ୍କଜକୁ ଦେଖି ନିଜେ ଧରିଥିବା ଏକ ଦେଶୀ ବନ୍ଧୁକରୁ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ଦେହର ବିଭିନ୍ନ ଅଂଶରେ ବାଜିଥିଲା। ସେଠାରୁ ସ୍ବାଧୀନ ଫେରାର୍ ହୋଇଯାଇଥିଲା।

ପରିବାର ଲୋକେ ପଙ୍କଜକୁ ଉଦ୍ଧାର କରି ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ସ୍ବାଧୀନକୁ ପୋଲିସ୍ ଗିରଫ କରି ପାରି ନଥିବା ବେଳେ ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଥିବା କହିଛି।

Share This Article