ମିଳିତ ବିରୋଧୀ ଶ୍ରମିକ ସାମ୍ମୁଖ୍ୟର ଶ୍ରମ କମିଶନର ଯୁଗ୍ମ କାର୍ଯ୍ୟାଳୟ ଘେରାଉ

Odisha Hot News
1 Min Read

ବ୍ରହ୍ମପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୁଦ୍ଧରେ ଜାତୀୟ କଂଗ୍ରେସ ଶ୍ରମିକ ସାମ୍ମୁଖ୍ୟ, ବାମପନ୍ଥୀ ଶ୍ରମିକ ସାମ୍ମୁଖ୍ୟ ଓ ହିନ୍ଦ୍ ମଜଦୁର ଶ୍ରମିକ ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଯୁଗ୍ମ ଶ୍ରମିକ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ବିଶେଷ କରି କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି, ଦରଦାମ ବୃଦ୍ଧି, ସରକାରୀ ସମ୍ପତ୍ତି ହସ୍ତାନ୍ତର, ଦେଶର ବଡ଼ ବଡ଼ ଶିଳ୍ପପତି, ପୁଞ୍ଜିପତି ମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ନିୟମ ପ୍ରଣୟନ ଓ ବେକାରୀ ସମସ୍ୟାକୁ ରୋକିବା ଆଦିରେ ବିଫଳ ସରକାର ବିରୁଦ୍ଧରେ ସ୍ଲୋଗାନ ସହ ଉପସ୍ଥିତ ଶ୍ରମିକ ନେତା ପିତବାସ ପଣ୍ଡା, ନିଲୁ ପାଟଯୋଷୀ, ପ୍ରକାଶ ପାତ୍ର, ପ୍ରମୋଦ ଯେନା, ରବି ଅଧିକାରୀ, ବ୍ରୁନ୍ଦାବନ ଖଟରେଙ୍କ ଭଳି ବହୁ ନେତ୍ରୁବ୍ରନ୍ଦ ସମାବେଶରେ ଯୋଗ ଦେଇଥିବା ଶ୍ରମିକ ମାନଙ୍କୁ ଉକ୍ତ ସମସ୍ତ ସମସ୍ୟା ସମ୍ପର୍କରେ ଉଦବୋଧନ ଦେଇଥିଲେ।

Share This Article