ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ ଏହାଦ୍ୱାରା ଗରିବ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଗରିବ, ଖଟିଖିଆ ଓ ଶ୍ରମିକମାନଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ହିତାଧିକାରୀଙ୍କୁ ରାଜ୍ୟ ସରକାର ୩ ମାସର ଆଗୁଆ ରାସନ ଦେଉଛନ୍ତି। ୯୪ ଲକ୍ଷ ପରିବାରକୁ ୧ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦେବେ। ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷ ହିତାଧିକାରୀମାନଙ୍କୁ ୪ମାସର ଆଗୁଆ ଭତ୍ତା ଦିଆଯାଉଛି। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ରାଜ୍ୟର ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଘରେ ରହି କରୋନା ଠାରୁ ଦୂରରେ ରହିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦିଆଯାଇଛି।
ଗରିବ ଖଟିଖିଆଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You Might Also Like
Leave a Comment
Leave a Comment
- Advertisement -