୨ ଦିନିଆ ଓଡ଼ିଶା ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ

Odisha Hot News
1 Min Read

ଭୁବନେଶ୍ୱର : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସ୍ବଗତ କରିଥିଲେ। ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ।

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମଞ୍ଚରେ ଏକାଠି ହେବେ ଶାହ-ନବୀନ। ଏହାସହ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ଦଳୀୟ କାର୍ଯ୍ୟାଳୟରେ ନୂଆ ପଦାଧିକାରୀ, କୋର ଟିମ୍‌ ସଦସ୍ୟମାନଙ୍କ ସହ ଆଲୋଚନା କରିବାରା କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷେ ମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୁଟ୍‌ ଲାଇନ୍‌, କାର୍‌କେଡ୍‌, ଟ୍ରାଫିକ ଓ ପାର୍କିଂ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ଏହାସହ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୭ଜଣ ଅତିରିକ୍ତ ଡିସିପି,୧୧ଜଣ ଏସ୍‌ପି,୧୪ଜଣ ଇନ୍ସପେକ୍ଟର, ୭୬ ଅଫିସର୍‌, ୧୧୭ ଏପିଆର୍‌, ୧୨୦ ହୋମ୍‌ଗାର୍ଡ ଓ କନ୍‌ଷ୍ଟେବଳ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି।

Share This Article