କରୋନା ମୁକାବିଲା ପାଇଁ ବିମାନ ବନ୍ଦ, ୫୦ହଜାର ଟିକେଟ୍ ବାତିଲ୍

Odisha Hot News
1 Min Read

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜିଠାରୁ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିମାନ ସେବା ବନ୍ଦ ହୋଇଥିବାବେଳେ ଲୋକମାନେ ବି ସ୍ବତଃସ୍ଫୂର୍ତ୍ତ ଭାବେ ଟିକେଟ୍ ବୁକିଂ ବାତିଲ୍‌ କରୁଛନ୍ତି। ଏପରିକି ଭୁବନେଶ୍ବରରୁ ଦେଶର ବିଭିନ୍ନ ଅଞ୍ଚଳକୁ ଏବଂ ବିଦେଶକୁ ଯିବା ପାଇଁ ଟିକେଟ୍ କରିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ହଜାର ଟିକେଟ୍ ବାତିଲ୍‌ ହୋଇଥିବା ସୂଚନା ମିଳୁଛି।

ଭୁବନେଶ୍ବରରୁ ଇଣ୍ଡିଗୋର ୧୦ଟି, ଏୟାର ଇଣ୍ଡିଆର ୬ଟି, ଏୟାର ଏସିଆ ଇଣ୍ଡିଆର ୩ଟି, ଆଲିଆନ୍ସ ଏୟାରର ୨ଟି, ଗୋ ଏୟାରର ୨ଟି, ଏୟାର ଏସିଆର ଗୋଟିଏ ଏବଂ ଭିସ୍ତାରାର ଗୋଟିଏ ବିମାନ ଯାଇଥାଏ। ଏଥିରେ ପ୍ରାୟ ୩ହଜାରରୁ ସାଢ଼େ ତିନି ହଜାର ଯାତ୍ରୀ ‌ଭୁବନେଶ୍ବରରୁ ଯିବାଆସିବା କରନ୍ତି। ହେଲେ କରୋନା ପାଇଁ ଗତ ଦୁଇ ସପ୍ତାହ ହେଲା ଏଠାରୁ ବୁକିଂ ବାତିଲ୍‌ ହେବାରେ ଲାଗିଛି। ଆଜି ବିମାନ ଉଡ଼ାଣ ବନ୍ଦ ହେବା ପୂର୍ବରୁ ଭୁବନେଶ୍ବରକୁ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଆସୁଥିଲେ। କିନ୍ତୁ ଏଠାରୁ କମ୍‌ ଲୋକ ଯାଉଥିଲେ। ୨୧ ଦିନ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରେ ଟିକେଟ୍ ବୁକିଂ ବାତିଲ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି।

Share This Article
Leave a Comment