କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ସହ ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି

Odisha Hot News
1 Min Read

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ | ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | କରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି | ନିଜ ବିବୃତିରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାବେଳେ ଆସନ୍ତା ୩୧ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବାର ଜଣାପଡିଛି | ତେବେ ଶିକ୍ଷାନୁଷ୍ଠାନ ବନ୍ଦ ସତ୍ୱେ ଯଦି ପରୀକ୍ଷା ଚାଲିଥିବ ଏହା ଚାଲୁ ରହିବ ବୋଲି କୁହାଯାଇଛି | ସେହିପରି କରୋନାର କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ବାହାରେ ଛେପ ନ ପକାଇବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ବିବାହ, ବତ୍ର କିମ୍ବା କୌଣସି ଉତ୍ସବରେ ଏକାଠି ନହେବାକୁ ଅନୁରୋଧ କରିଛନ୍ତି ନବୀନ । ସେହିଭଳି କରୋନାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ନବୀନ । ଏହି ରୋଗ ବ୍ୟାପିଵାର ଯଥେଷ୍ଟ ସମ୍ଭାବନା ଥିବାରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ ଟିମ ଏହାକୁ ନିରୀକ୍ଷଣ କରିଵ ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି |

ସେହିପରି ସୁଇମିଙ୍ଗ ପୁଲ ଓ ସିନେମା ହଲ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଇଛି | କରୋନା ଲାଗି ସରକାର ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍‌, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।।

Share This Article
Leave a Comment