ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ: ମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର : ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ। ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍‌ ଥିବା ଟଙ୍କା କେଉଁଆଡେ ଯିବ ନାହିଁ। ଟଙ୍କା ନିରାପଦ ରହିଛି ବୋଲି ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବ୍ୟାଙ୍କରେ ୨ଟି ଡିପୋଜିଟ୍‌ର ମାଚ୍ୟୁରିଟି ମାର୍ଚ୍ଚ ୧୬ ଏବଂ ୨୯ରେ ପୂରିବ। ଏହାପରେ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍‌ କରାଯିବାର ବ୍ୟବସ୍ଥା ହେଉଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମାପାଣ୍ଠି ଭାଗ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିଚାଳନା କମିଟି ବିନା ଅନୁମୋଦନରେ କିଭଳି ଏତେ ପରିମାଣର ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଗଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ମହାପ୍ରଭୁଙ୍କ ଏହି ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଠାଯାଇ କିଭଳି ଜାତୀୟକରଣ ବ୍ୟାଙ୍କରେ ଜମା ହେବ ସେ ନେଇ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ, ସେବାୟତଙ୍କ ସହ ଭକ୍ତମାନେ ଦାବି କରିଛନ୍ତି।

Share This Article
Leave a Comment